Unfinished Desire

ତାହାକେ କହେସନ୍ ଗୁରୁ

ଗୁରୁ ବରମ୍ହା, ଗୁରୁ ବିଷ୍ଣୁ 
ଗୁରୁ ଦେବ୍ ମହେଶ୍ୱର୍ 
ତିନ୍ ଦେବ୍ ତାର୍ ଦର୍ଜା ଦେସୁଁରେ 
ତାର୍ ପାଦେ ପଡି ତର୍।୦। 

ଗୁ ଶବ୍ଦେଁ କପିଁ  ଉ୦୍ସି 
ମନ୍ ଭିତରର୍ ଡର୍ 
ରୁ ପଦ୍କ ଛିଁ ଯାଏସି  
ହୁରୁଦ୍  ଭିତରର୍ ଲହର୍  । ୧ । 

ଗୁରୁ ବଏଲେଁ ସୁର୍ତା କର୍ସିଁ 
ଦ୍ରୌଣାଚାର୍ଯ ଋଷି କେ 
ଶିଷ୍ଯ ଏକଲବ୍ୟ ଆନ୍ଗ୍ଠି୍ କାଟ୍ଲା  
ଗୁଟେ ମାତର୍ ଥିଲା ହେ। ୨। 

ତାର୍ ବାଗିର୍ କିହେ ମାନି ନି ପାରନ୍ 
ଗୁରୁ ଯେନ୍  ଦେସି ଗା ଆଦେଶ୍ 
ଲୁକିଛକି କରି ଶର୍ ମରା ଶିଖି 
ଧଏଲା  ମଉନ୍ ବେଶ୍  । ୩ । 

ସେ ସମିଆ ଆରୁ କାହୁଁ ପାଏମା  
ଗୁରୁ ଶିଷ୍ଯର୍ ମଧୁର୍ ମିଲନ୍ 
ଗଛ୍ ତଲେ ବସି ଚାଟ୍ଶାଲିର୍ ପାଠ୍ 
ଆଶ୍ରମ୍ ଭିତରର୍ ଯତନ୍  । ୪। 

ବାଲୁତ୍ କାଲୁ ଛୁଆ ଗୁରୁର୍ ପାଶେ ରହି 
ପାଉଥିଲା ଭଲ୍ ଶିଖ୍ 
ଦର୍କାର୍ ହେଲେ ଘର୍ ଘର୍ ବୁଲି 
ମାଗି ଆନୁଥିଲା ଭିକ୍  । ୫। 

ପାଠ୍ ପଢାସି ରାହା ଦେଖାସି  
ଖାଲି ଏକ୍ଲା ଗୁରୁ ସେ ନୁହେ 
ବନେ କଥା ପଦେ ଯିଏ କହିନେଲା 
ଆମର୍ ଗୁରୁ ତ ସିଏ   । ୬। 

ମାଁ-ବୁଆ ଆରୁ ବଡ୍-ବଡ୍ଖା ବିତ 
ପାଇଛନ୍ ଗା ଗୁରୁର୍ ଠାନ୍  
ହାତ୍ ଧରି ଆମର୍ ବାଟ୍ ଚଲେଛନ୍ 
ତାହାକୁ ବି ତୁଇ ମାନ୍   । ୭। 

ଇହାଦେ ଯେନ୍ତା ଶିଖିଆ ମିଲୁଛେ 
ମାଷ୍ଟର୍ କେ କହୁଛନ୍ ସାଙ୍ଗ୍ 
କାନ୍ଧେ ହାତ୍ ଥୁଇ ସେଲ୍ଫି ନଉଛନ୍ 
ଦେଖି ହେଇଯିବ ଡାଙ୍ଗ୍   । ୮। 

ହେ ପର୍ଭୁ ଇଟା କାଏଁ ଯୁଗ୍ ଆଏଲା  
ସେ ପୁର୍ନା ସମ୍ପର୍କ କେନ ଲୁକିଗଲା 
ଗୁରୁ ଶିଷ୍ଯ ବି ତ ବିହା ହଉଛନ୍ 
ଯେତ୍ ହେତ୍ ନିଅମ୍ କିଏ ପଚ୍ରାଲା। ୯। 

ଇସ୍କୁଲ୍ ଟା ଆମର୍ ମନ୍ଦିର୍ ସାଙ୍ଗେ ସମାନ୍
ଅଛନ୍ ଗନେଶ୍ ସରସ୍ୱତୀ 
ଇହାଦେର୍ ଛୁଆ ତ ବୁଲି ଯାଉଛନ୍ ହୋ 
କରୁଛନ୍ ଖାଲି ରାଜ୍ ନିତି। ୧୦। 

ପାଠ୍ ପଢା ଛାଡି ଇସ୍ଟାଲ୍ ମାରୁଛନ୍
ୟୁନିଫର୍ମ ଗଲେନ  ଭୁଲି 
ଫୁନ୍ ଧରି ଘଡି ଘଡି ଗପୁଛନ୍  
ଯେତେ ଦିଅ ତମେ ଗାଲି । ୧୧। 

ପରୀକ୍ଷା ବେଲେ ତ କପି ଆସ୍ରା 
ପାଠ୍ କାଏଁଯେ ପଢ୍ ବେ 
ଲାଚ୍ଁ ଦେଇ ପଛେ କର୍ବେ ପାସ୍ 
ତାକର୍ ପର୍କୁତି କାହୁଁ ଛାଡ୍ ବେ। ୧୨। 

ଇ ସବୁ ଲାଗି ତ ଆମେମାନେ ଦାୟି 
ଛୁଆ କୁ କରୁଁ ହୋ ଷ୍ଟିକ୍ଟ୍ 
ଆମର୍ ଛୁଆ ଯଦି ବିଗ୍ଡି ଯିବା ଗା 
ନେଇ ନିଅନ୍ କିହେ ରିସ୍କ୍ । ୧୩।

Comments

Post a Comment