Unfinished Desire

NRC- ସୁରକ୍ଷିତ ଭାରତର ସାଧନ

 
          ଯେକୌଣସି ରାଷ୍ଟ୍ରକୁ ସରସ, ସୁନ୍ଦର, ମଧୁମୟ ଓ ଶୃଙ୍ଖଳିତ ଭାବେ ଗଢ଼ିବାକୁ ହେଲେ ଏକ ଉତ୍ତମ ବ୍ୟବସ୍ଥାର ଆବଶ୍ୟକତା ରହିଥାଏ। ରାଷ୍ଟ୍ର ସେତେବେଳେ ଉତ୍ତମ ରୂପେ କାର୍ଯ୍ୟକ୍ଷମ ହୋଇଥାଏ, ଯେତେବେଳେ ସେଠାକାର ନାଗରିକ ମାନେ ରାଷ୍ଟ୍ର ପ୍ରତି ସମର୍ପିତ ହୋଇ ଏହାର ବିକାଶ ନିମନ୍ତେ କାର୍ଯ୍ୟ କରିଥାନ୍ତି। ପୃଥିବୀର ଅଧିକାଂଶ ବିକଶିତ ଦେଶରେ ନାଗରିକ ମାନେ ଯୋଜନାବଦ୍ଧ ଭାବରେ କାର୍ଯ୍ୟରତ। ଭାରତର ପ୍ରତ୍ୟେକ କ୍ଷେତ୍ରରେ ରାଷ୍ଟ୍ରବାଦର ନାରା ଗୁଞ୍ଜରିତ ହେବା ସତ୍ତ୍ୱେ ଅନେକ ପ୍ରାନ୍ତରେ ଭାରତ ଏ କ୍ଷେତ୍ରରେ ଅସଫଳ ରହୁଛି। ଆଜି ଭାରତ ନିଜର ଅସ୍ତିତ୍ବ ହରାଇବାରେ ଲାଗିଛି। ତାର ପ୍ରମୁଖ କାରଣ ହେଉଛି ବୈଦେଶିକ ଅନୁପ୍ରବେଶ। ଭାରତର ପୂର୍ବାଂଚଳ ଓ ଉତ୍ତର ପୂର୍ବାଂଚଳର ଅଧିକାଂଶ ରାଜ୍ୟ ବର୍ତ୍ତମାନ ଏହି ସମସ୍ୟାରେ ଜର୍ଜରିତ। ଏହା ଫଳରେ ଭାରତର ଅଖଣ୍ଡତା ଓ ସୁରକ୍ଷା ବାଧାପ୍ରାପ୍ତ ହେଉଛି, ଏହା ବୁଝିବା ନିହାତି ଆବଶ୍ୟକ। ମାତ୍ର ଆଜି ମଧ୍ୟ ଅନେକ ଅନୁପ୍ରବେଶକାରୀ ଭାରତର ସ୍ଥାୟୀ ଅଧିବାସୀ ହୋଇଗଲେଣି। ଏହାର ଏକମାତ୍ର କାରଣ ହେଉଛି ଆଜି ପର୍ଯ୍ୟନ୍ତ ଭାରତ ପାଖରେ ତାର୍ ନିଜସ୍ୱ ପ୍ରକୃତ ଓ ମୂଳ ନାଗରିକ ଏବଂ ତାଙ୍କ ପରିବାରର କୌଣସି ପଞ୍ଜିକୃତ ତାଲିକା ନାହିଁ। ସେଥିପାଇଁ ଆଜି ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏ କ୍ଷେତ୍ରରେ ସଜାଗ ହୋଇ ଆବଶ୍ୟକ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ।
          ଭାରତରେ NRC ବା ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ ହେବା ଦ୍ୱାରା ଭାରତ ସରକାରଙ୍କ ପାଖରେ ପ୍ରକୃତ ଭାରତୀୟ ନାଗରିକ, ତାଙ୍କ ପୂର୍ବପୁରୁଷ ଓ ଉତ୍ତରାଧିକାରୀ ମାନଙ୍କର ତାଲିକା ରହିବ; ଯାହା ଦ୍ୱାରା କୌଣସି ବିଦେଶୀ ନାଗରିକ ବେଆଇନ ଭାବରେ ଭାରତକୁ ପଶି ନକଲି ପାସପୋର୍ଟ, ଆଧାର କାର୍ଡ଼ ତିଆରି କରି ରହିପାରିବ ନାହିଁ। ନିଜର ସଂକୀର୍ଣ୍ଣ ସ୍ୱାର୍ଥପରତାକୁ ଦୃଷ୍ଟିରେ ରଖି ନିଜ ଭୋଟ୍ ବ୍ୟାଙ୍କ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ଅନୁପ୍ରବେଶକାରୀଙ୍କୁ ନିଜ ଅଂଚଳରେ ଆବଶ୍ୟକ ସୁରକ୍ଷା ଦେଇ ରହିବାକୁ ଅନୁମତି ଦେଉଥିବା ରାଷ୍ଟ୍ରଦ୍ରୋହୀ ଶକ୍ତିକୁ ମଧ୍ୟ ଏହା ଦ୍ୱାରା ରୋକାଯାଇପାରିବ। ଏ ପରିପ୍ରେକ୍ଷୀରେ ଆସାମ ସରକାରଙ୍କ ପଦକ୍ଷେପ ନିଶ୍ଚୟ ସ୍ୱାଗତଯୋଗ୍ୟ। ଆସାମ ହେଉଛି ସମଗ୍ର ଭାରତର ପ୍ରଥମ ରାଜ୍ୟ ଯିଏକି ନିଜ ଅଞ୍ଚଳର ସୁରକ୍ଷା ଓ ବିକାଶ ନିମିତ୍ତ NRC କୁ ଲାଗୁ କରି ତାର ମୂଳ ନାଗରିକଙ୍କ ପଞ୍ଜିକରଣ ସମେତ ଅନୁପ୍ରବେଶକାରୀଙ୍କୁ କଡ଼ା ଜବାବ ଦେଇଛି। ହୁଏତ ଏ ପ୍ରକ୍ରିୟା ଏ ଯାଏ ସମ୍ପୂର୍ଣ୍ଣ ହୋଇ ନାହିଁ, ତଥାପି ବାଂଲାଦେଶ ଭଳି ଦେଶରୁ ହେଉଥିବା ଭାରି ଅନୁପ୍ରବେଶକୁ ବନ୍ଦ୍ କରିବା ପାଇଁ ଏହି ନିର୍ଣ୍ଣୟଟି ସ୍ୱାଗତଯୋଗ୍ୟ। ବିଭିନ୍ନ ପର୍ଯ୍ୟାୟରେ ନାଗରିକମାନଙ୍କ ସୂଚୀ ପ୍ରକାଶ ପାଉଛି ଏବଂ ପରବର୍ତ୍ତୀ ସମୟରେ ଆହୁରି ନାଗରିକ ମାନଙ୍କ ସୂଚୀ ପ୍ରକାଶ କରାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଭାରତରେ ୧୯୫୧ ମସିହା ପର ଠାରୁ ନାଗରିକ ପଞ୍ଜିକରଣ ହୋଇନାହିଁ, ଏହା ଏକ ବିଡ଼ମ୍ବନାର ବିଷୟ। ଏଣୁ ଦେଶକୁ ସୁସ୍ଥ, ସୁନ୍ଦର, ସରସ, ସମୃଦ୍ଧ, ମଧୁମୟ, ସୁରକ୍ଷିତ ଓ ଶକ୍ତିଶାଳୀ କରିବାକୁ ହେଲେ ଦେଶର ପ୍ରତ୍ୟେକ ରାଜ୍ୟରେ NRC ଲାଗୁ ହେବା ଏକାନ୍ତ ଅପରିହାର୍ଯ୍ୟ।
          ୧୯୫୧ ମସିହାର ଜନଗଣନା ଆଧାରରେ ପ୍ରଥମ ଥର ପାଇଁ ଭାରତୀୟମାନଙ୍କର ଏକ ସମ୍ପୂର୍ଣ୍ଣ ସୂଚୀ ତିଆରି କରିବା ଉଦ୍ଦେଶ୍ୟରେ ସମଗ୍ର ରାଷ୍ଟ୍ରରେ NRC ଲାଗୁ ହୋଇଥିଲା। ମାତ୍ର ବିଡ଼ମ୍ବନା ଏଥିପାଇଁ ଯେ, ତା ପରେ ଆଉ କଦାପି ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହା ଅନେକ ବିଦେଶୀ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଯୋଗାଇଥିଲା। NRC ସୂଚୀରେ ପଞ୍ଜିକୃତ ହେବା ପାଇଁ ଜଣେ ବ୍ୟକ୍ତି କିମ୍ବା ତାଙ୍କ ପୂର୍ବପୁରୁଷଙ୍କ ନାମ ୧୯୫୧ ମସିହାର ସୂଚୀରେ ଥିବା ଆବଶ୍ୟକ କିମ୍ବା ୧୯୭୧ ମାର୍ଚ୍ଚ ୨୪ ତାରିଖ ସୁଦ୍ଧା ଭାରତର ନାଗରିକ ଭାବେ ପଞ୍ଜିକୃତ ହୋଇଥିବା ଅନିବାର୍ଯ୍ୟ। ଏତଦବ୍ୟତୀତ ୧୯୭୧ ମାର୍ଚ୍ଚ ୨୪ ତାରିଖ ସୁଦ୍ଧା ନିର୍ମିତ ଜମିଜମାର ରେକର୍ଡ, ନାଗରିକତ୍ୱ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ପାସପୋର୍ଟ, ଅଦାଲତର ରେକର୍ଡ କିମ୍ବା ଶରଣାର୍ଥୀ ପ୍ରମାଣପତ୍ର ମଧ୍ୟ ଦେଖାଇ ଏଥି ନିମନ୍ତେ ପଞ୍ଜିକରଣ କରାଯାଇପାରିବ।
          ବିଦେଶୀ ଅନୁପ୍ରବେଶ ଭାରତର ଏକତା, ଅଖଣ୍ଡତା ଓ ସଂସ୍କୃତି ପ୍ରତି ଏକ ବିପଦ। ଏମାନଙ୍କ ଅନୁପ୍ରବେଶ ଦ୍ୱାରା ଅନେକ ସ୍ଥାନରେ ମୂଳ ଭାରତୀୟ ବାସିନ୍ଦା ନିଜ ଜମି ହରେଇ ବସୁଛନ୍ତି, ଦେଶରେ ଅନେକ ପ୍ରକାର ଅପରାଧ ମଧ୍ୟ ବୃଦ୍ଧି ପାଉଛି ଓ ଅନେକ ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପର ମଞ୍ଜି ବୁଣାଯାଉଛି। ଭାରତକୁ ହାନି ପହଞ୍ଚାଇବା ପାଇଁ ଷଡ଼ଯନ୍ତ୍ର କରୁଥିବା ପଡ଼ୋଶୀ ରାଷ୍ଟ୍ର ଏମାନଙ୍କ ସହାୟତାରେ ଭାରତ ବିରୋଧରେ ଯୋଜନା ତିଆରି କରି ତାକୁ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି। ଅନେକ ରାଜ୍ୟରେ ନିଜ ଭୋଟବ୍ୟାଙ୍କ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ସରକାର ମଧ୍ୟ ତାଙ୍କୁ ପ୍ରଶ୍ରୟ ଦେଉଛନ୍ତି। ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଇଂରେଜମାନେ ମଧ୍ୟ ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ଆସି ଭାରତରେ ବସତି ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ସଂଖ୍ୟା କେମିତି ବଢ଼ିବାରେ ଲାଗିଲା ଏବଂ ସମଗ୍ର ଦେଶରେ ତାଙ୍କର ଆଧିପତ୍ୟ ବିସ୍ତାର କେମିତି ହୋଇଥିଲା, ତାହା କାହାକୁ ବି ଅଜଣା ନୁହେଁ। ତା ପୂର୍ବରୁ ମୋଗଲମାନଙ୍କ ଆଗମନ ଫଳରେ ମଧ୍ୟ ଆମ ଦେଶର ଅଧିକାଂଶ ଅଂଚଳ ନିଜର ସ୍ବତନ୍ତ୍ରତା ହରାଇଥିଲେ। ବର୍ତ୍ତମାନ ସମୟରେ ବିଦେଶୀଙ୍କ ଅନୁପ୍ରବେଶ ଦ୍ୱାରା ଭାରତ ପୁନଶ୍ଚ ପରାଧୀନ ହୋଇ ବିନାଶ ଦିଗକୁ ଅଗ୍ରସର ହେଉନି ତ? ଏହାର ଆଶୁ ସମାଧାନ ନିତାନ୍ତ ଆବଶ୍ୟକ। ଏହି ରାଷ୍ଟ୍ରର ଧର୍ମ, ସଂସ୍କୃତି, ପରମ୍ପରା, ଐକ୍ୟ ଓ ପରିଚୟକୁ ଯଦି ବଞ୍ଚାଇ ରଖିବାର ଅଛି, ତା ହେଲେ ସମସ୍ତଙ୍କୁ ସମ୍ମିଳିତ ଭାବେ ପ୍ରୟାସ କରିବାକୁ ହେବ। ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣକୁ ଯଥାଶୀଘ୍ର ସମଗ୍ର ରାଷ୍ଟ୍ରରେ ଲାଗୁ କରାଯାଇ ବେଆଇନ ଅନୁପ୍ରବେଶକାରୀଙ୍କୁ ଦେଶରୁ ବହିଷ୍କୃତ କରାଗଲେ ହିଁ ଭାରତର କଷ୍ଟଲବ୍ଧ ସ୍ୱାଧୀନତାକୁ ବଜାୟ ରଖାଯାଇପାରିବ। ବିଦେଶରୁ ଆସି ଭାରତର ସମସ୍ତ ସମ୍ବଳକୁ ବ୍ୟବହାର କରି ଭାରତର କ୍ଷତି ସାଧନ କରୁଥିବା ବିନାଶକାରୀ ଶକ୍ତିମାନଙ୍କୁ ପ୍ରତିହତ କରିବା ପାଇଁ NRC ଏକାନ୍ତ ଆବଶ୍ୟକ।

ରୀତେଶ ରଂଜନ ମେହେର
ସମ୍ବଲପୁର ବିଶ୍ୱବିଦ୍ୟାଳୟ

Comments

  1. Bahut Detailed and To the point, Great read 🌟.

    ReplyDelete
  2. Nice presentation ritesh.... I support nrc but oppose caa

    ReplyDelete
    Replies
    1. Thank you for your feedback. But I want to know why you oppose CAA.

      Delete
  3. NRC kana ae sab k bujhabar lagi bahut val prayash...sabe bujhbar katha NRC kana au kaen j lagu kara jibar katha...bahut val explanation

    Keep it up bhai🤟👍

    ReplyDelete
  4. The article has a simple tone but it describes fact

    ReplyDelete
    Replies
    1. I have knowingly adopted simple language so that everyone including the school going children can understand the matter easily.

      Delete
  5. NRC is the register of all Indian citizen I.e. to Identify the Indian citizen
    CAA is the act which provides citizenship to people who are in India for long time and still not got the citizenship and being neglected frm Indian society... And it provided a gate to the neglected and being tortured minoruties of Pakistan Afghanistan Bangladesh to India I.e. Hindu Sikh jain Buddhist Christian community if Interested then they will be provided Indian citizenship

    These acts and statutes are perfectly placed chronologically so that the illegal immigrants and other illegal information against country can be traced out.

    So it is the best time to apply this strictly so tht the safety security of Indian can be ensured properly

    ReplyDelete

Post a Comment