Unfinished Desire

ପ୍ରକୃତିର ଦୃଶ୍ୟ

କେତେ ସୁନ୍ଦର ଏ ପ୍ରକୃତିର ଦୃଶ୍ୟ!
ଭୁଲିଯାଉଛନ୍ତି ଏ ଯୁଗର ମନୁଷ୍ୟ,
ପ୍ରକୃତିର ସୁନ୍ଦରତାକୁ କଲେ ନଷ୍ଟ...
ପ୍ରକୃତି ଦେଖାଇବ ତାର ଭୟଙ୍କର ରୂପ।
ତାର ସୁନ୍ଦର ରୂପ କୁ ଦେଖିବା କେତେ ପ୍ରଶଂସନୀୟ...
ତାର ଭୟଙ୍କର ରୁପ ସେତିକି ହିଁ ଅସହନୀୟ।
ଆଜି କାଲିର ମନୁଷ୍ୟ ପ୍ରକୃତିରୁ ଯାଉଛନ୍ତି ଦୂରେଇ...
ନବଯୁଗର ଯାନ୍ତ୍ରିକ କୌଶଳକୁ ଆପଣାଇ।
ଏମିତି ହିଁ ବର୍ତ୍ତମାନର ଲୋକକୁ ଜଣା ନାହିଁ…
ପ୍ରକୃତିର ମୂଲ୍ୟ
ମୂଲ୍ୟବାନ ଏତିକି ଯେ କାହା ସହ ନାହିଁ...
ଏହାର ତୁଲ୍ୟ।
ବର୍ତ୍ତମାନର ଲୋକ ମୋବାଇଲ ଫୋନ, ଟିଭି, ଲେପଟପ୍ ଭଳି... ଜିନିଷରେ ବ୍ୟତୀତ କରିଥାନ୍ତି ନିଜ ସମୟ
କାରଣ ପ୍ରାକୃତିକ ସମ୍ବନ୍ଧରେ ସେମାନେ ଇଚ୍ଛାହୀନ।
ଖୋଲା ଆକାଶ ତଳେ ଚାଲିବା ସମୟରେ...
ଦେହକୁ ଆସି ଛୁଇଁଯାଉଁଥିବା ଧିର, ସୁସ୍ଥ ପବନ
ପକ୍ଷୀପରାଣର ଶୁରିଲି ଗୁଣୁଗୁଣ ଶବ୍ଦ
ମାଟିର ସେଇ ମୁଗ୍ଧକର ସୁଗନ୍ଧ
ଆଖିକୁ ଆଲୋକିତ କରୁଥିବା ଉଜ୍ଜ୍ଵଳମୟ ଦୃଶ୍ୟ
ଏସବୁକୁ ଅନୁଭବ କରିବା କେତେ ଆନନ୍ଦମୟ।
କେତେ ସୁନ୍ଦର ଏ ପ୍ରକୃତିର ଦୃଶ୍ୟ!
କେତେ ସୁନ୍ଦର ଏ ପ୍ରକୃତିର ଦୃଶ୍ୟ!
ପ୍ରକୃତିର ସୁନ୍ଦରତା ଭିନ୍ନ ଭିନ୍ନ...
ଭିନ୍ନ ଋତ ର ଭିନ୍ନ ଦୃଶ୍ୟ।
ଗ୍ରୀଷ୍ମ ରାତ୍ରିର ଖୋଲା ଆକାଶର ତୃପ୍ତିକର ଶୟନ
ବର୍ଷା ଦିନର ସୌନ୍ଦର୍ଯ୍ୟମୟ ମେଘନାଦ ଓ ସବୁଜମୟ
ଶୀତଦିନ ର ମେଘାଚ୍ଛାନ୍ନ କୁହୁଡ଼ିଆ ପ୍ରାତଃକାଳ।
କେତେ ସୁନ୍ଦର ଏ ପ୍ରକୃତିର ଦୃଶ୍ୟ!
କେତେ ସୁନ୍ଦର ଏ ପ୍ରକୃତିର ଦୃଶ୍ୟ!
ଚାରିଆଡେ ପ୍ରକାଶିତ ହୋଇଥିବା ନାଲି ରଙ୍ଗର ରଶ୍ମୀ...
ଟିକିଏ ଟିକିଏ ହୋଇ ଅସ୍ତ ହେଉଥିବା ଗୋଲାକାର ଅଗ୍ନି ଭରା ସୂର୍ଯ୍ୟ କେତେ ଆନନ୍ଦଭରା ସେହି ସନ୍ଧ୍ୟାବେଲାର ଦୃଶ୍ୟ!
କେତେ ସୁନ୍ଦର ଏ ପ୍ରକୃତିର ଦୃଶ୍ୟ!
ପୂର୍ଣ୍ଣିମା ରାତ୍ରିରେ ଚନ୍ଦ୍ରର ଉଦିପ୍ତ ଆଲୋକ ସାରା ବିଶ୍ବକୁ କରିଥାଏ ଆଲୋକିତ....
ଅସଂଖ୍ୟ ଚମକଦାର ତାରା ଚାରିଆଡେ ବିଛେଇ ହୋଇ
ଏହାର ଆଲୋକକୁ କରିଥାନ୍ତି ଆଉ ବି ଶୋଭିତ।
କେତେ ସୁନ୍ଦର ସେହି ଆଲୋକମୟ ଆକାଶ ରାତ୍ରିର ଦୃଶ୍ୟ!
କେତେ ସୁନ୍ଦର ଏ ପ୍ରକୃତିର ଦୃଶ୍ୟ!
ଗାଁ ଗାଉଁଳିରେ ପ୍ରାକୃତିକ ଦୃଶ୍ୟ ଯେତେ...
ସହରରେ ଅପ୍ରାକୃତିକ ଦୃଶ୍ୟ ସେତେ!
ପ୍ରକୃତି ଚାହିଁଲେ ଏ ସୃଷ୍ଟିକୁ ଧ୍ୱଂସ କରିପାରିବ
ସେ ଚାହିଁଲେ ଏ ସୃଷ୍ଟିକୁ ରକ୍ଷା କରିପାରିବ।
ଜୀବନ ମଧ୍ୟ ଗୋଟିଏ ସତ୍ୟ ପ୍ରକୃତ
କେତେ ସୁନ୍ଦର ଏ ଜୀବନର ଦୃଶ୍ୟ!
କେତେ ସୁନ୍ଦର ଏ ପ୍ରକୃତିର ଦୃଶ୍ୟ!


ପୁଷ୍ପାଞ୍ଜଳି ମହାନନ୍ଦ
ସମ୍ବଲପୁର ବିଶ୍ୱବିଦ୍ୟାଳୟ

Comments