- Get link
- X
- Other Apps
ଏ ସୁନତ,ଚାଲ ଥରେ ପଛକେ ଫିରିଯିମା
"ମୋର୍ କଥାନୀ ସର୍'ଲା
ଫୁଲ୍ ଗଛ୍ ଟା ମର୍'ଲା"
ସବୁ କଥାନୀ ସର୍'ଲେ ଫୁଲ୍ ଗଛ୍ ଟେ କାଏଁଯେ ମର୍ସି?
ତମେ ଏନ୍ତା ମାସୁମ୍ ସବାଲ୍ ମାନେ କରୁଥିବ
ଆର୍ ମୁଇଁ ତାର୍ ଉତ୍ତର୍ ଖୁଜ୍'ବାର୍ ଚେଷ୍ଟା କରୁ କରୁ
ତମର୍ ସେ ମାସୁମ୍ ଚେହେରା ଭିତ୍'ରେ ହଜି ଯାଉଥିମି
(ଆର୍ ଇ ସବାଲ୍ ଆର୍ ଜବାବ୍ ର ବାହାନା ରେ)
ଆମେ ଟିକେ ସମିଆ ଅଧିକା କଥା ହେଈଯିମା
ଏ ସୁନତ, ଚାଲ ଥରେ ପଛକେ ଫିରିଯିମା
ସେ ଜି.ଏମ୍. କଲେଜ୍ ର ମଚାନ୍ ତରା ନ
ଯେନ୍ ବାଟେ ସବୁ ଟୁକେଲ୍ ଆ ଯା କର୍ସନ୍
ତମେ ମୋର୍ ହାତ୍ ଧରିଥିବ
ମୁଇଁ ତମର୍ ହାତ୍ ଧରିଥିମି
(ଦୁହେ ତୁମ୍ ପଡି଼ ଥିମା)
ଆର୍ ତାର୍ ଭିତ୍'ରେ ବହୁତ୍ ଟେ କଥା ବୁଝି ଯାଉଥିମା
ଏ ସୁନତ, ଚାଲ ଥରେ ପଛକେ ଫିରିଯିମା
ସଭେ ଆମ୍'କୁ କେରେଇ କେରେଇ ଦେଖୁଥିବେ
ଆର୍ ଏତେ ଝନ୍ ଥିଲେ ଭିଲ୍
ତମେ ମୋର୍ ଆଏଁଖ୍ କେ ଦେଖୁଥିବ
ମୁଇଁ ତମର୍ ଆଏଁଖ୍ କେ ଦେଖୁଥିମି
ଆର୍ ଏତେ ଝନ୍ କର୍ ଭିତ୍'ରେ ଭିଲ୍
ଆମେ ଦୁହେ ଦୁହିକର୍ ଭିତ୍'ରେ ହଜି ଯାଉଥିମା
ଏ ସୁନତ, ଚାଲ ଥରେ ପଛକେ ଫିରିଯିମା
ଫାଟକ୍ ଷ୍ଟେସନ୍ ର ସବୁ ନୁ ଲାଷ୍ଟ୍ ବେଞ୍ଚ୍ ନେ
ତମେ ରୁଷି କରି ବସି ଥିବ
ଆର୍ ମୁଇଁ ଜଲ୍'ଦି ତମର୍ ପାସ୍'କେ ଫିରି ଆଏବାର୍ ବାଦା କରୁଥିମି
ଗଲା ଗଲା ବେଲ୍'କେ କାଏଁଯେ ମୁଡ୍ ଖରାପ୍ କର୍ସ କହତ
ଏନ୍ତା କହି କରି ମୁଇଁ ଟ୍ରେନ୍ ରେ ଚଢ଼ି ଯାଉଥିମି
କୁହୁଡିର୍ ଭିତ୍'ରେ ତମେ ହଜି ଯିବାର୍ ତକ୍,
ଝର୍କା ବାଟୁ ତମ୍'କୁ ଦେଖୁଥିମି ତମର୍ ହାତ୍ ହଲାବାର୍ ଟା ଲିଭି ଯିବାର୍ ତକ୍
ଆର୍ ଫେର୍ କେଭେ ଆମେ ଜଲ୍'ଦି ଭେଟ୍ ପଡ୍'ମା
ତାର୍ ହିସାବ୍ କରୁଥିମା
ଏ ସୁନତ, ଚାଲ ଥରେ ପଛକେ ଫିରିଯିମା
କାଏଲ୍ କେ ତମେ ଆଉ କାହାର୍ ହେଇ ଯାଇଥିବ
ମୁଇଁ ବି ଅଲଗା କାହାର୍ ସାଙ୍ଗେ ଥିମି
ହଠାତ୍ ରାସ୍ତା ନେ କେଭେ ଭେଟ୍ ପଡିଗଲେ
ଥରେ ପଚ୍'ରେଇ କରି ଆସବ ମୋର୍ ପାଖ୍'କେ
ତମେ ମତେ କିଛି ନାଇଁ କହେବ, ମୁଇଁ ବି ତମକୁ କିଛି ନାଇଁ କହେଁ
ଦୁହେ ଦୁହିକର୍ ଆଏଁକ୍ ର ଝର୍କା ବାଟୁ ଥରେ ପଚ୍'କେ ଫିରିଯିମା
ଏ ସୁନତ, ଚାଲ ଥରେ ପଚ୍ କେ ଫିରି ଯିମା
ଏ ସୁନତ,ଚାଲ ଥରେ ପଛକେ ଫିରିଯିମା
ସଙ୍କେତ କୁମାର ପୁରୋହିତ
Comments
🤗
ReplyDelete