Unfinished Desire

ପ୍ରକୃତି

ପ୍ରକୃତି ର କୋଳ ସ୍ଵର୍ଗ ଠୁ ସୁନ୍ଦର
ପ୍ରକୃତି ଆମ ଜୀବନ ,
ଜଳ, ବାୟୁ, ଅଗ୍ନି ଆଦି ପଞ୍ଚ ତତ୍ତ୍ଵ 
ପ୍ରକୃତି ର ଅଟେ ଦାନ ।୧।

ପ୍ରକୃତି ବିହୁନେ ଏ ଜୀବନ ଶୂନ୍ୟ 
ପ୍ରକୃତି ଅଟେ ସର୍ବସ୍ଵ,
ପ୍ରକୃତି ଯୋଗାଏ ଅମ୍ଳଜାନ ପୁଣି 
ଫୁଲ, ଫଳ, ଖାଦ୍ୟ, ଶସ୍ୟ ।୨।

ପ୍ରକୃତି ରେ ବାସ ଏ ବିଶ୍ୱ ଜଗତ 
ଜୀବ, ଜନ୍ତୁ, ପଶୁ, ପକ୍ଷୀ,
ପ୍ରକୃତି ର ଋଣ ସୁଝି କେ ପାରିବ
ପ୍ରକୃତି ର କଲେ କ୍ଷତି ।୩।

ଆଜି କାଲି ଯାହା ଭୋଗୁଛୁ ଆମେ
ଯାହା ଘଟୁଛି ଏ ସଂସାରେ,
ପ୍ରକୃତ ରେ ଦୋଷ ଏଠି କାହାର
ବିଚାର କରନ୍ତୁ ମନେ ଥରେ ।୪।
ନିୟମ ଭାଙ୍ଗିବା ପ୍ରକୃତି ର ଯଦି
ବିଗିଡ଼ି ଯିବ ପର୍ଯ୍ୟାବରଣ,
ଭୂକମ୍ପ,ସୁନାମି, ମହାମାରୀ ପରି
ଦୁର୍ଦ୍ଦଶା କୁ କରିବା ବରଣ ।୫।

ପ୍ରକୃତି ର ଋଣ ଯେ ସୁଝିବ ଭାଇ
ପ୍ରକୃତି କୁ ରକ୍ଷା କର,
ପ୍ରକୃତି ର ସେବା ପ୍ରଯତ୍ନ କରିଲେ
ନିଶ୍ଚେ ମିଳିବ ସୁଫଳ ।୬।

ଚତୁଃପାର୍ଶ୍ଵେ ଆମ ବୃକ୍ଷ ତରୁ ଲତା
ଲଗାଇବା ସ୍ଵହସ୍ତ ରେ,
ସେବା ଯତ୍ନ କରି ପ୍ରକୃତି ର ରକ୍ଷା 
କରୁଥିବା ଆନନ୍ଦ ରେ ।୭।


ବିଶ୍ୱବନ୍ଦିତା ପୁରୋହିତ
ଟ୍ରଷ୍ଟ ଫଣ୍ଡ୍ (ଡିଗ୍ରୀ) କଲେଜ, ବରଗଡ଼

Comments