- Get link
- X
- Other Apps
ସବୁ ସୌନ୍ଦର୍ଯ୍ୟକୁ ଏଇ ଜଗତେ ସାଇତି
ପ୍ରଭୁ ତାର ନାମ ଦେଲ ତୁମେଯେ ପ୍ରକୃତି
କିସୁନ୍ଦର ଉଦୟ ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ଗତି
ପୁଣି ସୁନ୍ଦରଯେ ତାରା ଜହ୍ନ ସଂଗେ ରାତି
ମଲ୍ଲୀ ଚମ୍ପା ସେଫାଳି ଗଙ୍ଗଶିଉଳି ଓ ସେବତୀ
ମନୋରମ ହୁଏ ଯେବେ ଏ ଫୁଲେ ବସେ ପ୍ରଜାପତି
ସୁନ୍ଦର ପୁଣିଯେ ଝରଣା ନଦୀ ଓ ସାଗର
ପାହାଡ଼ ବୃକ୍ଷଲତା ପର୍ବତବି ଦିଶନ୍ତି ସୁନ୍ଦର
ମା ପକ୍ଷୀ ଛୁଆକୁ ଯେବେ ଖୁଆଏ ଆହାର
ଛୁଆ ହାତୀ ସଂଗେ ମା କରେଯେ ବିହାର
ଛୁଆ ସଂଗେ ମା ହଂସ ଖେଳେ ଯେବେ ନୀଳ ସରୋବରେ
କଳା ମେଘ ଦେଖି ମୟୁର ମେଲାଏ ପୂଛ ଆନନ୍ଦରେ
କାତ ଧରି ନାଉରି ନାଆ ମେଲାଏ ସୁଦୂର ନଦୀରେ
ମନୋରମ ଦୃଶ୍ୟ ଦେଖି ଆନନ୍ଦ ଉଠେ ହୃଦୟରେ
ତୁମ ସୃଷ୍ଟିର ଏସବୁକୁ ମୁଁ ବିନମ୍ରେ ଜଣାଏ ପ୍ରଣତି
ଧନ୍ୟ ଧନ୍ୟ ସର୍ଜନାରେ ତୁମ ଏ ସୁନ୍ଦର ପ୍ରକୃତି
ଅଭିଷେକ ପଣ୍ଡା
ସମ୍ବଲପୁର ବିଶ୍ୱବିଦ୍ୟାଳୟ
Comments
Post a Comment