- Get link
- X
- Other Apps
ପ୍ରକୃତି ରାଣୀ କି ହୋଇଛି ବେଶ
ଶରତ, ହେମନ୍ତ, ଋତୁ ବସନ୍ତ
ଭିନ୍ନ ଭିନ୍ନ ରୂପେ ସାଜିଛି ବଧୁ
ଧରଣୀ ରାଣୀର ପାଏ ସାନ୍ନିଧ୍ୟ।।
ମେଘ ତ କହୁଛି ଧରାକୁ ଚାହିଁ
ପୁଣି ଆସିବି ମୁଁ ମୁହଁ ଫୁଲାନି
କେତେ ପୁଲକିତ ଶସ୍ୟ ଶ୍ୟାମଳ
ଆଖିରୁ ଲୁହକୁ ଆଉ ଝରା ନି।।
ବରଷା ଗଲେ ତ ପ୍ରକୃତି ସାଜେ
ନବ ବଧୁ ପରି ତା’ ରଙ୍ଗ ଦିଶେ
ରଙ୍ଗ ବିରଙ୍ଗର ଫୁଲରେ ଭରା
ନୀଳ ଆକାଶରେ ବିହଙ୍ଗ ସାଜେ।।
କିଏ ଗଢି ଦେଲା ଏହି ରାଣୀକୁ
ବିନ୍ଧାଣି କାହିଁ ଯେ ଖୋଜରେ ତା’କୁ
ତା’ ପରି ସୁନ୍ଦର ଜଗତେ ନାହିଁ
ସୁନା ନାକି ମୋର ପ୍ରକୃତି ରାଣୀ।।
ମନୁଷ୍ୟ ହାତେ ସବୁ ସରିଯିବ
ଓଢେଇ ଦେଲା ପ୍ରକୃତିକୁ ବିଷ
ଜଙ୍ଗଲ କଟିଲା, ବିଷାକ୍ତ ବାୟୁ ଛାଡ଼ିଲା
ସେଥିପାଇଁ ଦୁଃଖେ ବସିଛି ଭଲା।।
ସବୁଜ ସୁନ୍ଦର ହେଲେ ତ ବନ
ଏହି ପ୍ରକୃତିର ଧନ ଜୀବନ
ନୀତି ଦେଉଥାଏ, ନିଏ ନି କିଛି
ତା’ ସ୍ୱସଂଲୀଳା ତ ଜଗ ବସିଛି।।
ଶିବାନୀ ମେହେର
Comments
Post a Comment