Unfinished Desire

ଆମର୍ ଗାଁ

ରାଏଜ୍ ଭିତରେ ଗାଁ ଟେ ଅଛେ
ଆମର୍ ଗାଁ ର୍ ନାଁ ଟେ ଅଛେ
ପୁଡାଇଟା ଘର୍ ନାଇଁ ଥିଲେ ଵି
              ଝୁପଡି ଭିତରେ ମାଁ ଟେ ଅଛେ ।

ଗାଁ ର୍ ମଝି ସମଲେଇ ଗୁଡ଼ି
ରଖିଛେ ଆମକୁ ଛତର ଆଡି
ସମଲେଇ ମାଁ କେ ଗୁହାରି କଲେ 
               ବିପଦ ପଲାସି ତୁଲିଆ ଚିରି ।

ବଛର ସାରା ଯାନି ଯାତରା 
ଗାଁ କେ ରଖି ସଫା ସୁତୁରା 
ପଏର୍ଛା ମନେ ଡାକଲେ ମାଁ କେ
               ନାଇଁ ଲାଗେ ତାକେ ଛେଳ୍ କୁକୁରା ।

ଆମର୍ ଗାଁ ର୍ ସିଆନ୍ ସୁଜନ୍ 
ନୁକୋ ନୁକୋ କଥା କହେସନ୍ 
ତାକର୍ କଥା କେ ଗଏଁଠ କରି
               ଆମେ ଗଢୁଛୁ ଆମର୍ ଜୀବନ୍ ।

ସିଆନ୍ ସୁଜନ୍ ଗୁଣୀ ଜ୍ଞାନୀ 
ଗାଁ କେ ରଖିଛନ୍ ଆବରି କରି
ସେଥିର୍ ଲାଗି ଗାଁ ଥି ନାଇଁ ନ
               ହିଁସା ଅହଁ‌କାର୍ ଚାରିଚୁକୁରି ।

କାହିଁ ପାଏବ କଲି ଝଗଡ଼ା 
ମାର୍ ମର୍ଦନ୍ ପିଟା ମରା
ଏନ୍ତା ଗାଁ ଟେ ନାଇଁ ମିଲେ ତ୍ 
              ଖୁଜି ଆନଲେ ଦୁନିଆଁ ସାରା ।

ମୀନାକ୍ଷୀ ଭୋଇ
ସମ୍ବଲପୁର ବିଶ୍ୱବିଦ୍ୟାଳୟ

Comments