- Get link
- X
- Other Apps
ସକାଳ୍ ପାଏସି କେତେ୍ ସପନ୍
କେତେ୍ ନୁଆଁ ଆସ୍ ନେଇଁ
ପୁରୁବ୍ ଦିଁଗେ୍ ବେଳ୍ ଉଦସି୍
ଭଦ୍ଭଦାନୁ ଲାଳ୍ ଜର୍ଜର ହେଇ ll
କଏଁଲି ଖରା ପାଇକରି
ଫୁଳ୍ ଫୁଟସି୍ ବଗ ବଗାନୁ
ଖରାଫୁଲ୍ ବାନ୍ଧିହେଇଥିସନ୍
ଗୁଟେ୍ ଭାବ୍ ପୀର୍'ତି ବନ୍ଧନୁ ll
ଫୁଲର୍ ଚାରିକୁଁତି ବୁଲୁଥିସି ଭମର୍
ଚୁମିଚୁମି କରି ରସେଇ ନେସି
ଇନୁ ଟିକେ ସେନୁ ଟିକେ କରି
କୁଲା ହେଡେ୍ ଛତାକରେ ଗଛର ଡାଁଲେ ll
ଗୁଡାଛାଣି ଚେରେ ଉଡୁଥିସି
ଡେନା ପସ୍ରେଇ ମେଲା ଆକାସର୍ ତଁଳେ
ଖଲ ଖଲେଇ ପାଏନ ଜାଉଥିସି
ଟାଙ୍ଗର ପଖନ ନଏଦନାଲେ ll
ସୁଳସୁଲିଆ ହୁରୁହୁରିଆ
ଧୁକା ମାରୁଥିସି କଁଳେକଁଲେ୍
କୁହୁକୁହୁ କରି କୁଇଲି ଗାଏସି
ତାର୍ ଗୀତର୍ ସୁରର୍ ତାଁଲେ୍ ll
ଧାଡିକେ ଧାଡି ଉଡି ଜାଉଥିସନ୍
ଧୋବ ଫରଫର ବଁକ
ମନ ଧ୍ୟାନ ଦେଇ ବସିଥିସି
ଚରା ଖାଏସି କିରା ଜଁକ ll
କିଚିରି ମିଚିରି ଗାଏସି ଚଁଟିଆ
କା କା ଡାଖସି କୁଆ
ଘରର ଛାନି ବସି ସୁନି କରି
ଭାବେ ବୁଡି ଜାଏସି ଗୁସିଆଁ ll
ଗହଲ ଚହଲ୍ ହେସି ସଂସାର୍
ଗହକି ଯାଏସି ଝାର୍ କଟାବନ୍
ଜେ ଜାହାର୍ କବାର୍ କାମେ
ଲଗେଇ ଦେସନ ତନ ମନ ll
ଦୁନିଆର ମିଛ ମାୟା ତି
ବାନ୍ଧ୍ ହେଇ ଭୁଲି ଜାଏସନ୍
ସମିଆ ତ୍ ନାଇଟାକେ୍ କାହାକେ୍
ଗଡି ଜାଏସି ଗୁଟେ ସୁରେ ରାଏତ ଦିନ ll
ବେଳ୍ ବୁଡୁଥିସି ହଁସି ହଁସି
ଧରତୀର୍ ମାଁର୍ କୁଁଲେ୍
ଜୁଲିଜୁଲି ହେଇ ଜିବ ଜଁତୁ
ଗୁଟେ ଧରସେ ଫିରସନ ବେଲଢଲେଁ ll
ବିମଳ ସାମିନି
Comments
Post a Comment