- Get link
- X
- Other Apps
ବନାନୀ ଜଙ୍ଗଲ ପାହାଡ଼ ନଦୀ ଘେରା
ପ୍ରକୃତି ତା’ର ନାଆଁଟି
ଫୁଲ ଫଳ ଗଛ ଲତା ଭରା
ପ୍ରକୃତି ତା’ର ନାଆଁଟି
କେତେ ଯତନରେ ଫୁଲଟି ଫୁଟାଏ
ସିଏ ସଭିଙ୍କ ପାଇଁ ଟି
କେତେ ସରାଗରେ ଫଳଟି ଫଳାଏ
ପ୍ରକୃତି ତା’ର ନାଆଁଟି
ରୂପଟି ତା’ର ଅତି ମନୋହର
ନେଇଯାଏ ଆମ ମନଟି
ଛାଇଟି ତା’ର କରେ ପର ଉପକାର
ପ୍ରକୃତି ତା’ର ନାଆଁଟି
ଏତେ ଉପକାର କରି ସୁଦ୍ଧା ସିଏ
ନିଏ ନାହିଁ କେବେ ନାଆଁଟି
ମଣିଷ ତା’ ପାଇଁ ବଇରୀ ସାଜିଛି
ପ୍ରକୃତି ତା’ର ନାଆଁଟି
ମନସା ରଥ
ସମ୍ବଲପୁର ବିଶ୍ୱବିଦ୍ୟାଳୟ
Comments
Post a Comment