Unfinished Desire

ପ୍ରକୃତି

କେତେ ଯେ ସୁନ୍ଦର, 
ଆହା ମନୋହର।
ମନଲୋଭା କେତେ, 
ପ୍ରକୃତି ଆମର।।

ଆକାଶେ ବିହଙ୍ଗ,
ସୂର୍ଯ୍ୟଙ୍କର ଆଭା।
ନୀଳ ଜଳରାଶି ବଢାଏ,
ଧରିତ୍ରୀର ଶୋଭା।।

ବିଜୁଳିମାଳ ତ,
ଯେମିତି ଆସେ।
ସତେ ତ ମେଘକୁ,
ଗହଣା ପରଶେ।।

ସବୁଜିମା ଭରା,
କେତେ ବଣ ଏଠି।
ଲୁଚକାଳି ସତେ,
ଆଖିକୁ ଝଲସେ।।

ପ୍ରତି ବିନ୍ଦୁ ପଡେ,
ବର୍ଷାର ପତରେ।
ସତେ କି ମୋତିର,
ରୂପକୁ ସ୍ଵୀକାର।।
 
ମେଘୁଆ ପାଗକୁ,
ଶୀତଳ ପବନ।
ମଧୁର ସଂଗୀତ ଗାଏ,
ପ୍ରକୃତିର ସ୍ୱର।।


ସୁଧାଂଶୁ ଶେଖର ତରାଇ
ସମ୍ବଲପୁର ବିଶ୍ୱବିଦ୍ୟାଳୟ

Comments