- Get link
- X
- Other Apps
ସାଗୁଆ ଟର୍ଟର୍ ଦିଶୁଥିସି ଗା
ଅଧେ ଡେଙ୍ଗା ଅଧେ ଗେଡା
ଶିଘା ହେଇକରି ପାଖେ ରହିଥିସି
ଦେଖ୍ ଘାଏ ରୋଡ୍ ତରା
ତତେ କେନ୍ତା ଦେସି ଛଏଁରା ।।୦।।
ଗଛୁଁ ତୁଲି ନେଇ ମିଠା ଫଲକେ
ତୁଇ ଖାଏସୁ ଉସତ୍ ହେଇ
କେତେ ରକମର୍ ଫୁଲ୍ ବି ଦେସି
ସବୁ ତ କହଁର୍ ଭରା
ତତେ କେନ୍ତା ଦେସି ଛଏଁରା ।।୧।।
ନାକ୍ ଫୁଡ୍ ବାଟେଁ ପବନ୍ ଯେନ୍ ନଉଛୁଁ
ହେ ଅମ୍ଲଯାନ ବି ଦଉଛେ ରେ ଗଛ୍
କାଠ୍ କାଟିକରି ଚୁଇଲେଁ ଜାଲୁଛୁଁ
ଖାଉଛୁ ଯେନ୍ ପେଟ୍ ପୁରା
ତତେ କେନ୍ତା ଦେସି ଛଏଁରା ।।୨।।
ଆରେ ପୁରାନ୍ ବି କହୁଛେ ମୁନୁଷ୍ ଆଏ ଭୁଖା
କିଛି ନାଇଁ ପୁରେ ତାହାକେ
କରଡି,ହେଣୁଆ,ବାଉଁଶ ଗଜା କାଟି
ନାଇଁ ପଡୁ କେଭେଁ ଧରା ॥୩॥
ଗୁଡୁ ମୁଡ୍ ତକ୍ ସବୁ ତ ଦଉଛେ
ତୁଇ କାଣା ଦେସୁ କହ
ଚାଲିଗଲା ବାଟେ ଅଥା ହେଲେ ତୁଇ
ଖୁଜସୁ ଝାର୍ ପତରା
ତତେ କେନ୍ତା ଦେସି ଛଏଁରା ॥୪॥
ମୁନୁଷ୍ ଆଉ ବଲି ଉରାଟି ମାରୁଛୁ
ତୁଇ ଏକଲା ଅଛୁ କେଁ ପୁରଥି ନ
ଚରେ ଚିରଗୁନ୍ ଆରୁ ପଶୁ ପତଂଗାର୍ ବି
ଇ ଗଛ୍ ଆଏରେ ସାହାରା
ତତେ କେନ୍ତା ଦେସି ଛଏଁରା ॥୫॥
ଗୋଡ୍ ହଲେଇ କରି ପଲକେଁ ଶୁଇସୁ
ଘର୍ ବିତ୍ ଗଛୁଁ ହେଲା
ଗଛ୍ ତଲ୍ ତଲ୍ ଛାଏଁ ଖୁଜସୁ
ତୋର୍ ଦିହେଁ ବାଜିନେଲେ ଖରା
ତତେ କେନ୍ତା ଦେସି ଛଏଁରା ॥୬॥
ଚାଲି ବୁଲି ସିନେ ପାରୁଛୁ ତୁଇଁଗା
ଗଛ୍ ନାଇଁ ପାରେ ଚାଲି
ଉଷୋ କଷା ଆଉ ଖାଏବାର୍ ଦରବ୍ ବି
ପାଏସୁ ତୁଇ ମନ୍ ଭରା
ତତେ କେନ୍ତା ଦେସି ଛଏଁରା ॥୭॥
ଆରେ ଜୀବନ୍ ଅଛେ ବଲି ଦେଖେଇ ହଉଛୁ
କେଭେଁ ଥରେ ପାରିଛୁଁ କାଏଁ ଭାବି
ଅରନ୍,ଘର୍ ଆଉର୍ କୁରତା ବି ଦଉଛେ
ଗଛ୍ ହିଁ ଆଏ ତୋର୍ ଆସରା
ତତେ କେନ୍ତା ଦେସି ଛଏଁରା ॥୮॥
ସତ୍ ସାଂଗ୍ ତୋର୍ ଗଛ୍ କେ କରିଦେ
ତାର୍ ଭିତରେଁ ରହିଛେ ଦେବତା
ବର୍-ପିପଲ ଆରୁ ତୁଲସୀ-ଦହନା
ମାହାପୁରୁ କେ କାଏଁ ଖୁଜା ନୁରା ॥୯॥
ଗଛ୍ ଅଛେ ବଲି ପାଏନ୍ ବରଷୁଛେ
ମୟୂର୍ ନାଚେ ମେଘ୍ ଦେଖି
ଚାଷ୍ ବାସ୍ ବି ତ ବନେ ହେସିରେ
ସୁନ୍ଦରୀ ଦିଶଶି ଧରା
ତତେ କେନ୍ତା ଦେସି ଛଏଁରା ॥୧୦॥
ମନ୍ କଲେଁ ତୁଇଁ ଗଛ୍ କେ କାଟସୁ
ଜଙ୍ଗଲକେ ଦେସୁ ରେ ପୁଡେଇ
ଫେର୍ ବାଘ୍ ଭାଲୁ ହାତୀ ଘରକେ ପସଲେଁ
ତୁଇଁ କାଏଁଯେ ହେସୁ ଗା ଡରହା
ତତେ କେନ୍ତା ଦେସି ଛଏଁରା ॥୧୧॥
ତୋର୍ ଘର୍ ଯଦି ଭାଙ୍ଗି ନେତା କିଏ
ସହି ପାରତୁ କାଏଁ କହ
ଯେନ୍ତା କରବୁ ହେନ୍ତା ପାଏବୁ
ତମକିବୁ ହେଇ ତରା
ତତେ କେନ୍ତା ଦେସି ଛଏଁରା ॥୧୨॥
ପାରୁଛୁ ଯଦିରେ ଗଛ୍ ଜଗା ତୁଇଁ
ପାଏନ୍ ଟିକେ ଟିକେ ଦେଇ
ସୁଖେ ରହେବୁ ସବୁ ପାଏବୁ
ହଁସୁଥିବୁ ଜୀବନ୍ ସାରା
ତତେ କେନ୍ତା ଦେସି ଛଏଁରା ॥୧୩॥
Comments
Nice lines
ReplyDelete