Unfinished Desire

ଗଜାନନ

ଗଜାନନ ହେ ଗଜାନନ,
ପାର୍ବତୀ ନନ୍ଦନ ଗଜାନନ।
ମସ୍ତକ ତୁମର ହାତୀ ମୁଣ୍ଡ ର,
ବୁଦ୍ଧି ତୁମର ସାଗର ଭଣ୍ଡାର।
ଗଜାନନ ହେ ଗଜାନନ,
ପାର୍ବତୀ ନନ୍ଦନ ଗଜାନନ।୧।
ସୁନ୍ଦର ତୁମର ବେନି ନୟନ,
ମୂଷିକ ରାଜନ ତୁମ ବାହନ।
ଗୋଟେ ହାତେ ଲଡ଼ୁ ର ଠେଲା,
ଅନ୍ୟ ହାତ ଟି ରେ ମୋଦକ ଗୋଲା।
ମା' ଙ୍କ ତୁମେ ପ୍ରିୟ ସନ୍ତାନ,
ବାପା ଙ୍କ ସଙ୍ଗେ ଯୁଦ୍ଧ ଏଲାନ।
ଗଜାନନ ହେ ଗଜାନନ,
ପାର୍ବତୀ ନନ୍ଦନ ଗଜାନନ।୨।
ଆଉ ଏକ ହାତେ ଧରିଛ ଯଷ୍ଟି,
ଆନ ହାତେ କର ବିଦ୍ୟା ର ବୃଷ୍ଟି।
କ୍ଷଣକେ କର ପୃଥିବୀ ପ୍ରଦକ୍ଷିଣ,
ଉପାଧି ପାଇଲ ତୁମେ ବିଚକ୍ଷଣ।
ଆଶୀର୍ବାଦ କର ହେ ଗଜାନନ,
ସଦା କରୁଥିବି ତୁମ ଗୁଣଗାନ।
ଗଜାନନ ହେ ଗଜାନନ,
ପାର୍ବତୀ ନନ୍ଦନ ଗଜାନନ।୩।

ନାମ- ବିଶ୍ଵବନ୍ଦିତା ପୁରୋହିତ

Comments

Post a Comment